ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଆହ୍ୱାନ କରିବାକୁ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସୁପାରିଶ କରିଛି। ପ୍ରাୟ ଚାରି ସପ୍ତାହ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ କେନ୍ଦ୍ର ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଏବଂ ‘ଡିଜିଟାଲ୍ କମ୍ପିଟିସନ୍ ବିଲ୍’ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଅଧିବେଶନ ପୂର୍ବରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୪ ତାରିଖରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି। ଅନ୍ୟପକ୍ଷରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ଏବଂ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହା ସହିତ ନଭେମ୍ବର ୨୬ ତାରିଖରେ ‘ସମ୍ବିଧାନ ଦିବସ’ ଅବସରରେ ପୁରୁଣା ସଂସଦ ଭବନ (ସମ୍ବିଧାନ ସଦନ) ର ସେଣ୍ଟ୍ରାଲ୍ ହଲ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ।


Leave a Reply