ଭୁବନେଶ୍ୱର: ନଭେମ୍ବର ୧୯ ଏବଂ ୨୦ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (୨୧ ସେଣ୍ଟିମିଟର ବା ତା’ଠାରୁ ଅଧିକ) ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ନଭେମ୍ବର ୨୧ ତାରିଖରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ପରେ ୨୨ ତାରିଖରୁ ପାଗରେ ସୁଧାର ଆସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ନଭେମ୍ବର ୨୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା; ନଭେମ୍ବର ୧୯ ଓ ୨୦ ପାଇଁ ଆଇଏମଡିର ରେଡ୍ ୱାର୍ଣ୍ଣିଂ
ନଭେମ୍ବର ୧୯ ଓ ୨୦ରେ ଓଡ଼ିଶାରେ ଅତିପ୍ରବଳ ବର୍ଷା ନେଇ ଆଇଏମଡିର ରେଡ୍ ୱାର୍ଣ୍ଣିଂ, ୨୧ ତାରିଖ ସକାଳ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା।

ପାଠକଙ୍କ ପ୍ରତିକ୍ରିୟା

Leave a Reply