ରାଉରକେଲା: ଇଲେକ୍ଟ୍ରିକ୍ ଯାନ (EV) ଚାର୍ଜିଂ ଷ୍ଟେସନକୁ ଅଧିକ ନିର୍ଭରଯୋଗ୍ୟ କରିବା ପାଇଁ ସୌରଶକ୍ତି ଚାଳିତ ସ୍ମାର୍ଟ ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରି ପେଟେଣ୍ଟ ହାସଲ କରିଛନ୍ତି ଏନଆଇଟି (NIT) ରାଉରକେଲାର ଗବେଷକ। ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପ୍ରଭାତ କୁମାର ରାୟ, ସହଯୋଗୀ ପ୍ରଫେସର ଅର୍ଣ୍ଣବ ଘୋଷ ଏବଂ ଗବେଷକ ଅନିନ୍ଦ୍ୟା ଭାରତୀ ଏହି ଅତ୍ୟାଧୁନିକ ମାଇକ୍ରୋଗ୍ରିଡ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ବ୍ୟାଟେରୀ ଓ ସୁପରକାପାସିଟରର ମିଳିତ ବ୍ୟବହାର କରାଯାଇଛି, ଯାହା ହଠାତ୍ ବିଦ୍ୟୁତ୍ ଚାହିଦା ବଢ଼ିଲେ ମଧ୍ୟ ନିୟନ୍ତ୍ରଣ ରଖିବ ଏବଂ ବ୍ୟାଟେରୀର ଆୟୁଷ ବଢ଼ାଇବ। ଏହା ଉଭୟ G2V ଏବଂ V2G ବିଦ୍ୟୁତ୍ ପ୍ରବାହକୁ ସମର୍ଥନ କରୁଥିବା ବେଳେ ଆଗକୁ ଏହାର ଫିଲ୍ଡ ଟ୍ରାଏଲ୍ କରିବାକୁ ଟିମ୍ ଲକ୍ଷ୍ୟ ରଖିଛି।
ଇଭି ଚାର୍ଜିଂ ଷ୍ଟେସନ ପାଇଁ ସ୍ମାର୍ଟ ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ; ପେଟେଣ୍ଟ ହାସଲ କଲେ ଏନଆଇଟି ରାଉରକେଲା ଗବେଷକ
ଇଭି ଚାର୍ଜିଂ ଷ୍ଟେସନ ପାଇଁ ସୌରଶକ୍ତି ଚାଳିତ ସ୍ମାର୍ଟ ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରି ପେଟେଣ୍ଟ ହାସଲ କଲେ ଏନଆଇଟି ରାଉରକେଲା ଗବେଷକ।

ପାଠକଙ୍କ ପ୍ରତିକ୍ରିୟା

Leave a Reply