ଅକଲ୍ୟାଣ୍ଡ: ୨୦୨୬ ଭାରତ-ନ୍ୟୁଜିଲାଣ୍ଡ ଶତବାର୍ଷିକୀ ହକି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ଅକଲ୍ୟାଣ୍ଡର ଲଏଡ୍ ଏଲସମୋର ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ର ୨୫ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ପ୍ରଥମ ଗୋଲ୍ ଦେଇଥିଲେ ମଧ୍ୟ ସେହି ମିନିଟ୍ରେ ଉତ୍ତମ ସିଂହ ଫିଲ୍ଡ ଗୋଲ୍ କରି ସ୍କୋର୍ ବରାବର କରିଥିଲେ। ଏହାପରେ ଶାରଦାନନ୍ଦ ତିୱାରୀ (୩୮ତମ ମିନିଟ୍) ଏବଂ ଅଧିନାୟକ ସଞ୍ଜୟ (୪୩ତମ ମିନିଟ୍, ପେନାଲ୍ଟି କର୍ଣ୍ଣର) ଗୋଲ୍ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ। ୫୫ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ଆଉ ଏକ ଗୋଲ୍ କରିଥିଲେ ବି ଭାରତ ୩-୨ରେ ମ୍ୟାଚ୍ ଜିତି ନେଇଛି। ସିରିଜ୍ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଶନିବାର ଓ ରବିବାର ଖେଳାଯିବ।
ଅକଲ୍ୟାଣ୍ଡରେ ଭାରତୀୟ ହକି ଦଳର ଦମଦାର ବିଜୟ; ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ
ଉତ୍ତମ ସିଂହ, ଶାରଦାନନ୍ଦ ତିୱାରୀ ଓ ଅଧିନାୟକ ସଞ୍ଜୟଙ୍କ ଗୋଲ୍ ବଳରେ ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତୀୟ ପୁରୁଷ ହକି ଦଳ।

ପାଠକଙ୍କ ପ୍ରତିକ୍ରିୟା

Leave a Reply